ପ୍ରଭାସଙ୍କ ଦୁଇଟି ସିନେମାରୁ ବାହାରିଗଲେ ଦିପିକା ,୨୦୨୫ ମସିହାରେ ଦୁଇ ଟି ବଡ ବଡ ପ୍ରୋଜେକଟରୁ ବାହାରିଛନ୍ତି ନାୟିକା । ମା ହେବା ପରେ ଦିପିକା ନିଜ ସୁଟିଂର ସମୟକୁ କମ କରିଛନ୍ତି ।
ଅଭିନେତ୍ରୀ ଦୀପିକାପାଦୁକୋନ୍ ପୁଣି ଥରେ ଆଉ ଏକ ବଡ ସିନେମାରୁ ଆଉଟ୍ ହୋଇଛନ୍ତି । କଲକି ୨୮୯୮ ଏଡି ସିନେମାର ଆଉଟ୍ ହୋଇଯାଇଛନ୍ତି। ଏହି ସିନେମା ଦିପିକାଙ୍କ କ୍ୟାରିୟରର ବେଷ୍ଟ ସିନେମା ହୋଇଥାଆନ୍ତି କାରଣ ଏଥିରେ ତାଙ୍କର ସ୍କିନ୍ ଟାଇମବି ଅଧିକ ଥିଲା କିନ୍ତୁ ଏବେ ସେ ବାହାରିଯାଇଛନ୍ତି ଏହି ବିଗ ଫିଲ୍ମରୁ। ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ କଥା ହେଉଛି ପୂର୍ବରୁ ବି ଦୀପିକାପ୍ରଭାସ ଷ୍ଟାରର ସ୍ପିରିଟରୁ ଆଉଟ୍ ହୋଇଥିଲେ ଆଉ ଏବେ କଲକି ୨୮୯୮ ର ହିରୋ ମଧ୍ୟ ପ୍ରଭାସ ।
ପ୍ରଭାସଙ୍କ ଦୁଇଟି ସିନେମାରୁ ବାହାରିଗଲେ ଦୀପିକା ,୨୦୨୫ ମସିହାରେ ଦୁଇ ଟି ବଡ ବଡ ପ୍ରୋଜେକଟରୁ ବାହାରିଛନ୍ତି ନାୟିକା । ମା ହେବା ପରେ ଦୀପିକା ନିଜ ସୁଟିଂର ସମୟକୁ କମ କରିଛନ୍ତି ।୭ ଘଣ୍ଟା ସୁଟ କରିବା ସହନିଜର ଫିସକୁ ୨୫ ପ୍ରତିଶତ ବଢେଇଦେଇଛନ୍ତି । କଲକି ୨୮୯୮ ଅଧିକାଂଶ ସିନ ଭିଏଫଏକସ୍ ଦ୍ବାରାହେଉଛି ଫଳରେ ତାହା ୭ ଘଣ୍ଟା ସୁଟରେ ତାହା ହୋଇପାରିବ ନାହିଁ ତଥାପି ଦୀପିକାଙ୍କ ସବୁ ସର୍ତ୍ତକୁ ପ୍ରଯୋଜନା ସଂସ୍ଥା ମାନିଥିଲା ।
Also Read
Pak-Saudi Defence Pact: ସାଉଦି ସହ ହାତ ମିଳାଇଲା ପାକ୍: ଭାରତ ପାଇଁ ଆସିବ କି ବଡ଼ ବିପଦ?
Read More
Unemployed Graduates: ଏଥର ବେକାରୀ ଯୁବକଙ୍କୁ ମିଳିବ ପେନସନ, ୧ କୋଟିଙ୍କୁ ମିଳିବ ଚାକିରି
Read More
Government Schools: ଭୟାନକ ସ୍କୁଲ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା, ନାହିଁ ନାହିଁରେ ଚାଲିଛି ପାଠପଢ଼ା
Read More
କିନ୍ତୁ ପରେ ଦୀପିକା ନିଜର ୨୫ ଜଣ ଷ୍ଟାଫ୍ଙଙ୍କପାଇଁ ଫାଇଭ୍ ଷ୍ଟାର ହୋଟେଲରେ ରହିବାର ବ୍ୟବସ୍ଥା କରିବାର ଡିମାଣ୍ଡ କଲେ ଯାହା ସିନେମାର ବଜେଟ ଉପରେ ପ୍ରଭାବ ପକାଇଲା । ଏପରି ପ୍ରଭାସ ନିଜ ଫିସ ବଢେଇନାହାନ୍ତି । ସେଥିପାଇଁ ସିନେମାର ପ୍ରଯୋଜନା ସଂସ୍ଥା ଦୀପିକାପାଦୁକୋନଙ୍କୁ କଲକି ୨୮୯୮ ଏଡି ପ୍ରାଜେକଟରୁ ବାହାର କରିବା ପାଇଁ ବାଧ୍ୟ ହେଲେ । ଏବେ ଚର୍ଚ୍ଚା ହେଉଛି ମା ହେବା ପରେ ନାୟିକା କଣ ବଦଳିଗଲେ କି ? କଲକି ୨୮୯୮ ଏଡି ଫିଲ୍ମର ପ୍ରଥମ ଭାଗ ୨୦୨୪ରେ ରିଲିଜ ହୋଇଥିଲା